Breaking PLUSଓଡ଼ିଶାମୁଖ୍ୟ ଖବର

୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା

ପୁରୀ, ୧୨ ଜାନୁଆରୀ – ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏନେଇ ପାଂଚସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷାରେ ମୁତୟନ ହେବେ ୪୪ ପ୍ଲାଟୁନ୍ ପୋଲିସ ଫୋର୍ସ ।

ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଚାରିଧାମରୁ ବିଦ୍ଵାନ, ପଣ୍ଡିତ, ସାଧୁସନ୍ଥ ଓ ଭିଭିଆଇପି ମାନେ ଯୋଗଦେବେ । ସାଧୁସନ୍ଥ ଓ ମଠାଧିଶଙ୍କ ଦ୍ଵାରା ଅଖଣ୍ଡ ନାମ ଓ ସଂକୀର୍ତନ କରାଯିବ । ଏହି ଅବସରରେ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିବିଶେଷ, ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଲୋକାର୍ପଣ ଉତ୍ସବର ଲାଇଭ୍ ଭିଡ଼ିଓ ଡିସପ୍ଲେ କରାଯିବ ।

Show More

Related Articles

Back to top button