Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
ଭାରତ-ପାକିସ୍ତାନ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ଅହମଦାବାଦ- ଆଇସିସି କ୍ରିକେଟ ୱାର୍ଲ୍ଡକପରେ ଅକ୍ଟୋବର 14ରେ ମୁହାଁମୁହିଁ ହେବ ଭାରତ-ପାକିସ୍ତାନ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ । ତେବେ ମ୍ୟାଚକୁ ନେଇ ଗୁଜରାଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମ୍ୟାଚକୁ ନେଇ ମିଳୁଥିବା ଧମକକୁ ନଜର ରଖି ପୋଲିସ ପକ୍ଷରୁ ଅତିରିକ୍ତ ସତର୍କତା ଗ୍ରହଣ କରାଯାଇଛି । ପୋଲିସ ପକ୍ଷରୁ 7ହଜାର ପୋଲିସକର୍ମୀଙ୍କୁ ମୁତୟନ କରାଯାଇଛି । ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସଆରପିଏଫ, ଆରଏଏଫ ଓ ଏନଏସଜି ମୁତୟନ କରାଯାଇଛି ।
ଅକ୍ଟୋବର 14ରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ । ମ୍ୟାଚକୁ ନେଇ ଟିକେଟ ବିକ୍ରି ସରିଛି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ଏହାସହିତ ସହରର ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ପୋଲିସ ମୁତୟନ କରାଯିବ ।