Breaking PLUSଖେଳଦେଶମୁଖ୍ୟ ଖବର
ହାର୍ଦ୍ଦିକଙ୍କ ବିଜୟ ଦେଖି ଭାବପ୍ରବଣ ହୋଇ ପଡିଆକୁ ଧାଇଁ ଆସିଲେ ପତ୍ନୀ ନତାଶା

ଷ୍ଟାଡିୟମ୍ ଦର୍ଶକଙ୍କ କରତାଳି ଉତ୍ସାହରେ ଉଠୁଥିଲା ପଡୁଥିଲା। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ତାଙ୍କ ସ୍ୱାମୀଙ୍କ ବିଜୟରେ ଭାବପ୍ରବଣ ହୋଇଥିଲେ। ଟାଇଟଲ୍ ଜିତିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ନତାଶା ପଡ଼ିଆକୁ ଧାଇଁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ। ଦୁହେଁ ବିଜୟ ଖୁସିରେ ବହୁତ ଭାବପ୍ରବଣ ହୋଇଯାଇଥିଲେ । ଦୁହିଁଙ୍କ ଆଖିରେ ଖୁସିର ଲୁହ ବାହାରି ଆସିଥିଲା । ଆଉ ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ୫ ବର୍ଷ ପରେ ଆଇପିଏଲ୍କୁ ମିଳିଛି ନୂଆ ଚାମ୍ପିଅନ୍ । ଗୁଜୁରାଟ ଆଇପିଏଲ୍ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି ।ଆଇପିଏଲ ୨୦୨୨ ର ଚାମ୍ପିୟନ ଟିମ୍ ଗୁଜରାଟ ଟାଇଟନ୍ସକୁ ୨୦ କୋଟି ପୁରସ୍କାର ମିଳିଛି ।