Breaking PLUSଆଇନ କାନୁନମୁଖ୍ୟ ଖବର
ବରିଷ୍ଠ ନାଗରିକମାନଙ୍କୁ ମୋ ବସରେ ଦବାକୁପଡିବ ଅଧା ଭଡା
ସେମାନଙ୍କ ପାଇଁ ସଂରକ୍ଷିତ ରହିବ ୫ଟି ସିଟ୍

ଭୁବନେଶ୍ୱର : ଏଣିକି ବରିଷ୍ଠ ନାଗରିକମାନେ ମୋ ବସରେ ଯାତ୍ରା କଲେ ସେମାନଙ୍କୁ ଦବାକୁ ପଡିବ ଅଧା ଭଡା । ସେମାନଙ୍କ ପାଇଁ ବସରେ ୫ଟି ଆସନ ସଂରକ୍ଷିତ ରହିବ ବୋଲି କ୍ରୁଟ ପକ୍ଷରୁ ଏହି ଘୋଷଣା କରାଯାଇଛି । ମୋ ବସରେ ବରିଷ୍ଠ ନାଗରିକଙ୍କ ପାଇଁ ସିଟ ରହୁନଥିବାରୁ ଅନେକ ସମୟରେ ସେମାନେ ଠିଆ ହୋଇ ଯାତାୟତ କରୁଥିଲେ । ଏହାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଭାବେ ୫ଟି ସିଟ୍ ସଂରକ୍ଷଣର ବ୍ୟବସ୍ଥା କରଯାଇଛି । ସେହିପରି ବସ ଭଡ଼ାରେ ମଧ୍ୟ ୫୦% ରହାତି ମିଳିବ । ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ପାସ୍ କରିବାକୁ ପଡୁଥିଲା । କିନ୍ତୁ ଏବେ ବସରେ ଯାତ୍ରା କରିବା ସମୟରେ ହିଁ ଏହି ଦୁଇଟି ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଆଜିଠାରୁ ଏହି ସୁବିଧା ପ୍ରଦାନ କରାଯ।ଉଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ କେହି ଯାତ୍ରୀ ନବସିବା ପାଇଁ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରାଯିବ ।