ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ନିଜ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି। ସେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ମଲ୍ଲିକାର୍ଜୁନ ଖଡଗେ ଏକ ବ୍ୟକ୍ତି ଏକ ପଦବୀ ଅନୁସାରେ ସେ ଏହି ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ପ୍ରାର୍ଥୀ ଅଛନ୍ତି। ଶୁକ୍ରବାର ଦିନ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ। ଏହି ତିନି ନେତା ଶୁକ୍ରବାର ଦିନ ନିଜ ନିଜ ନାମାଙ୍କନପତ୍ର ଭରିଛନ୍ତି। କର୍ଣ୍ଣାଟକ ସହ ସମ୍ବନ୍ଧ ରଖିଥିବା ଖଡଗେ ସ୍ପଷ୍ଟ ଭାବେ ଦଳର ମନପସନ୍ଦ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଅଶୋକ ଗେହଲୋଟ୍ ଏବଂ କମଲ ନାଥ ତାଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି।୫୦ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଅଛନ୍ତି ଖଡଗେ। ଯଦି ମଲ୍ଲିକାର୍ଜୁନ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ​​ଜିତନ୍ତି, ତେବେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ଭାବେ ନିଜାଲିଙ୍ଗପ୍ପାଙ୍କ ପରେ କର୍ଣ୍ଣାଟକର ଦ୍ୱିତୀୟ ନେତା ହେବେ। ଏଥିସହ ସେ ଜଗଜୀବନ ରାମଙ୍କ ପରେ ଦ୍ୱିତୀୟ ଦଲିତ ନେତା ଭାବେ ଏହି ଦାୟିତ୍ୱ ତୁଲାଇବେ।

Show More

Related Articles

Back to top button