ଓଡ଼ିଆ ଗଳ୍ପଓଡ଼ିଶାସ୍ୱତନ୍ତ୍ର
ଶେଷ ପ୍ରେମ,,,,,,,,,,,,
ଶେଷ ପ୍ରେମ,,,,,,,,,,,,
ତୁ,ବି,ଭୁଲି ଯା,ମୁଁ,ବି,ଭୁଲିବି
ସରିଯାଉ ଏଠି ଏପ୍ରେମ କାହାଣୀ
ଚାଲିଯିବି ଦୂରେ ଅଜଣା ବାଟରେ
ସେ,ବାଟରୁ ଆଉ କେବେ ଫେରିବିନି,
ଭାବିଥିଲି କିଛି,ହେଇଗଲା କିଛି
ଚାଲିବାର ବାଟ ରହିଗଲା ବାକି
ରହିଗଲା କଥା ସବୁତ ଆଧାରେ
କହି ପାରିବେନି ଆଉ ବି କାଲିକି,
ହସୁଛି, ହେଲେ ସେ ଅବୁଝାର ହସ
ଛାତିରେ ଭରିଚିି କେତେ ଯେ କୋହ
ଅପାଶୋରା ସ୍ମୁତି ଟାଣଇ ପଛକୁ
ନ,ଦେଖନ୍ତୁ କେହି ମୋ ଆଖିର ଲୁହ,
ତିଳତିଳ କରି ନିଜକୁ ଜାଳିବି
ନିର୍ଜନ ପଥରେ ଏକାକି ଚାଲିବି
କଳ୍ପନା ବନର ଯେତେ ସବୁଜିମା
ନିରବରେ ସବୁ ଛାତିରେ ସହିବି,
ନିଜେ ବି ଜାଣେନା ଏ ଦୁଇ ଆଖିରେ
ଝରିବାକୁ ଅଛି କେତେ ଯେ ଲୁହ
ହେଲେ ସେ ଲୁହ ବିଛେଦର ନୁହେଁ
ବ୍ୟଥା ବେଦନାରେ ମୁଁ ଅସହାୟ
ରାଣଦେଲି ଫେରି ଯିବୁ ତୁ ପଛକୁ
ଅଜଣା,ଅଚିହ୍ନା ମୋ,ଠୁ, ଦୁରରେ
ସବୁଦିନ ପାଇଁ ପଡୁ ପୁର୍ଣଛେଦ
ହେଇଯାଉ ଇତି ସବୁ ନିରବରେ ।
।।ପ୍ରଶାନ୍ତ ପତି।।ଜଗତସିଂହପୁର।