ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ସପ୍ତମ ରାଉଣ୍ଡ ଗଣତି ଶେଷ: ୫୨୦୦ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି

ଭଦ୍ରକ : ଧାମନଗର ଉପନିର୍ବାଚନରେ ଆଜି ଜାରି ରହିଛି ଭୋଟ୍ ଗଣତି । ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ସପ୍ତମ ରାଉଣ୍ଡ ଗଣତି ଶେଷ ହୋଇଛି। ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୫୨୦୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୩୧,୧୦୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୨୫,୯୦୮ ଖଣ୍ଡ ଭୋଟ୍ ପାଇଛନ୍ତି । ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୪୯୫୩ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୧୧୨୨ ଖଣ୍ଡ ଭୋଟ୍ ପାଇଛନ୍ତି। ପ୍ରଥମ ରାଉଣ୍ଡରୁ ସୂରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି। ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧, ପଞ୍ଚମ ରାଉଣ୍ଡରେ ୩୫୭୨ ଓ ଷଷ୍ଠ ରାଉଣ୍ଡରେ ୪୩୯୨ ଖଣ୍ଡ ଭୋଟ୍‌ରେ ଆଗରେ ରହିଥିଲେ ସୂର୍ଯ୍ୟବଂଶୀ।

Show More

Related Articles

Back to top button