Breaking PLUSଓଡ଼ିଶାମୁଖ୍ୟ ଖବର
ଶାନ୍ତିଲତା ବାରିକ ଆଉ ନାହାନ୍ତି: ଆଜି ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର

ଭୁବନେଶ୍ବର, 02 ମାର୍ଚ୍ଚ – ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଆଉ ନାହାନ୍ତି । ଚିକିତ୍ସିତ ହେଉଥିବା ଅବସ୍ଥାରେ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସୋମବାର ରାତି ୮ଟାରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୫ ବର୍ଷ ହୋଇଥିଲା।
ଆଜି ମୃତ୍ୟୁ ଖବର ଆସିବା ପରେ ସାରା ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା ତାଙ୍କର ହଜାର ହଜାର ପ୍ରଶଂସକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ବିନ୍ଦୁ ସାଗର ନିକଟସ୍ଥ ବାସଭବନକୁ ନିଆଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଂଜନ ଦାସ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଛନ୍ତି।
ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।