ବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ
ହଠାତ୍ ବିଗିଡ଼ିଲା ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟାବସ୍ଥା,ହସ୍ପିଟାଲରେ ଭର୍ତ୍ତି

ହଠାତ୍ ବିଗିଡ଼ିଲା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରମୁଖ ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟାବସ୍ଥା । ଆଜି ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆସନ୍ତା ବୁଧବାର ସେ ଡିସଜାର୍ଜ ହେବେ ବୋଲି ଏନସିପି ପକ୍ଷରୁ ସୂଚନା ମିଳିଛି ।
ଏନସିପିର ସୂଚନା ଅନୁଯାୟୀ , ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ୪-୫ନଭେମ୍ବରରେ ଶିରିଡ଼ିରେ ହେବାକୁ ଥିବା ପାର୍ଟିର ଶିବିରରେ ଭାଗ ନେବେ। ୮ନଭେମ୍ବରରେ ହେବାକୁ ଥିବା କଂଗ୍ରେସର ଭାରତ ଯୋଡ଼ୋ ଆନ୍ଦୋଳନରେ ମଧ୍ୟ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ ଶରତ ପାଓ୍ବାର କହିଥିଲେ କି କଂଗ୍ରେସ ନେତା ଅଶୋକ ଚହ୍ବାଣ ଏବଂ ବାଲାସାହେବ ଥୋରାଟ ତାଙ୍କ ସହ ଭେଟ ହୋଇଥିଲେ ଏବଂ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ଏହା ଯାତ୍ରାକୁ ନେଇ ଶରତ ପାଓ୍ବାର କହିଛନ୍ତି କି ଭାରତ ଯୋଡ଼ୋ ଯାତ୍ରାର ପ୍ରଥମ ଉଦ୍ଦେଶ୍ୟ ଘୃଣା ଭାବ ଦୂର କରିବା ଏବଂ ସମାଜରେ ଏକତା ଆଣିବା।