Breaking PLUSଓଡ଼ିଶାମୁଖ୍ୟ ଖବର
ଜଳୁଛି ଶିମିଳିପାଳ

ଶିମିଳିପାଳ ଓ ଏହାର ଚତୁଃର୍ଦ୍ଦିଗରେ ଥିବା ବନାଞ୍ଚଳରେ ଆଜିସୁଦ୍ଧା ୫୪ଟି ସ୍ଥାନରେ ନିଆଁ ଲାଗିଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୫୪ଟି ବନାଗ୍ନିସ୍ଥଳୀ ମଧ୍ୟରୁ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ୧୯ଟି ଓ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଖଣ୍ଡର ୯ଟି ସ୍ଥାନକୁ ମିଶାଇ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ମୋଟ ୨୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅନ୍ୟ ବନଖଣ୍ଡ ମଧ୍ୟରୁ ବାରିପଦାର ୮, ରାଇରଙ୍ଗପୁରର ୧୦ ଓ କେନ୍ଦୁଝର ବନ୍ୟପ୍ରାଣୀ ଖଣ୍ଡର ୮ଟି ସ୍ଥାନରେ ନିଆଁ ଲାଗିଛି।