Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଲା ଶିବସେନା

ମୁମ୍ବାଇ: ରାଜନୈତିକ ହଟଚମଟ ପରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଶିବସେନା ସାଂସଦମାନେ ଗତକାଲି ଠାକରେଙ୍କୁ ସାକ୍ଷାତ କରି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଚାପ ପକାଇବା ପରେ ସେ ଏହି ଘୋଷଣା କରିଥିବା ବିଶେଷ ସୂତ୍ରରୁ ପଡିଛି। ସୂଚନା ଅନୁଯାୟୀ, ଗତକାଲି ଶିବସେନା ସାଂସଦମାନେ ଉଦ୍ଧବ ଠାକରେଙ୍କୁ ତାଙ୍କ ମତୋଶ୍ରୀ ବାସଭବନରେ ଭେଟିଥିଲେ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଦାବି କରିଥିଲେ । ଶିବ ସେନାର ୧୮ ଲୋକସଭା ସାଂସଦମାନଙ୍କ ମଧ୍ୟରୁ ୧୩ ଜଣ ସାଂସଦ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଦାବି ଉତ୍ଥାପନ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ବିଶେଷ କରି ଆଦିବାସୀ କମ୍ୟୁନିଟିରୁ ଆସିଥିବା ସାଂସଦମାନେ ଦାବି ପାଇଁ ଅଧିକ ଚାପ ପକାଇଥିଲେ । ସେପଟେ ଶିବ ସେନା ରାଜ୍ୟସଭା ସାସଂଦ ସଞ୍ଜୟ ରାଉତ ବୈଠକରେ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦୃଢ ସମର୍ଥନ କରିଥିବା ଜଣାପଡିଛି । ସୂଚନାଅନୁଯାୟୀ, ଆସନ୍ତା ୧୮ ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମ ଆଦିବାସୀ ମହିଳା ଭାବେ NDA ପକ୍ଷରୁ ପ୍ରାର୍ଥିନୀ କରାଯାଇଛି । ଏହାରି ମଧ୍ୟରେ ମୁର୍ମୁଙ୍କୁ ବିଭିନ୍ନ ଆଞ୍ଚଳିକ ଦଳ ଖୋଲା ସମର୍ଥନ ଜଣାଇବା ସହ ଶିବସେନା ପକ୍ଷରୁ ମଧ୍ୟ ସମର୍ଥନ ନେଇ ସ୍ପଷ୍ଟ ହୋଇଛି ।

Show More

Related Articles

Back to top button