ଦେଶ ବିଦେଶସ୍ୱତନ୍ତ୍ର

ଯୁକ୍ରେନ ଉପରେ ରୁଷିଆର ୫୦ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼

ଦିନକୁ ଦିନ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । କ୍ରିମିଆ ବ୍ରିଜ ବିସ୍ଫୋରଣ ପରଠାରୁ ରୁଷିଆ ତାର ଆକ୍ରମଣକୁ ଜୋରଦାର କରିଛି। ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଦେଶର ବିଭିନ୍ନ ସହରରେ ପ୍ରତିଦିନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି।

ସୋମବାର ସକାଳେ ଯୁକ୍ରେନ ଉପରେ ରୁଷିଆର ୫୦ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ନେଇ ଦାବି କରିଛି ଯୁକ୍ରେନ  । କ୍ଷେପଣାସ୍ତ୍ର ମାଡ଼ରେ ରାଜଧାନୀ କିଭ୍‌ର ପ୍ରଭାବିତ ଅଟ୍ଟାଳିକାରୁ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। ଏନେଇ ସହରରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।

ଅନ୍ୟପକ୍ଷେ କେତେକ କ୍ଷେପଣାସ୍ତ୍ରକୁ ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମ ଅଟକାଇବାରେ ସକ୍ଷମ ହୋଇଥିବା କୁହାଯାଇଛି।

 

Show More

Related Articles

Back to top button