ସଂକ୍ଷିପ୍ତ ସମ୍ବାଦ

୧- ମାଲକାନଗିରି: ଟାଟା ପାୱାର କମ୍ପାନୀର ମନମୁଖି କାର୍ଯ୍ୟକୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ଚାଷୀ, ନିଜର ରୋଗୀଣା ବୃଦ୍ଧା ମାଙ୍କୁ ଏକ ଟ୍ରଲି ରିକ୍ସାରେ ଦୀର୍ଘ୨୦ କିଲୋମିଟର ଦୁର ରାସ୍ତା ଠେଲି ଠେଲି ଜିଲ୍ଲାପାଳ ଙ୍କ ନିକଟକୁ ନେଉଥିବାର ଦେଖିବାକୁ ମିଳିଛି ।
୨- ପୁଣି ଫେରିଛି ପ୍ରତିବାଦର ଅଣ୍ଡା ମାଡ ରାଜନୀତି । ମମିତା ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତାଙ୍କ ବାସଭବନ ଉପରେ ଅଣ୍ଡାମାଡ ହୋଇଥିଲା । ଏପଟେ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡି ଉପରେ ଅଣ୍ଡାମାଡ କରିଛି ଯୁବ କଂଗ୍ରେସ ।
୩- ଟି-୨୦ ବିଶ୍ଵ କପରେ ବିରାଟ ବାହିନୀ ର ଆଉ ଏକ ପରାଜୟ, ନ୍ୟୁଜିଲାଣ୍ଡଠୁ ଭାରତର ଶୋଚନୀୟ ପରାଜୟ ।
୪- ଦାନ୍ତେଓ୍ଵାଡାରେ ମାଓ-ପୋଲିସ ଗୁଳି ବିନିମୟ: ୩ ମହିଳା ମାଓବାଦୀ ମୃତ, ମୁଣ୍ଡ ଉପରେ ଥିଲା ୫-୫ ଲକ୍ଷ ପୁରସ୍କାର ରାଶି ।
୫- ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
୬- ନାମ୍ବିୟାକୁ ୬୨ ରନ୍ରେ ପରାସ୍ତ କଲା ଆଫ୍ଗାନିସ୍ତାନ .
୭- ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦ ତ୍ୟାଗ କରି ତଦନ୍ତକୁ ସାମ୍ନା କରନ୍ତୁ ଦିବ୍ୟଶଙ୍କର: ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ।
୮- ରେକର୍ଡ ଭାଙ୍ଗିଲା ଚାରଧାମ ଯାତ୍ରା, ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୁକିଙ୍ଗ ଫୁଲ ।
୯- ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ହେଲା ।
୧୦- ବିଜେପି ଉଠାଇଲା ମମିତା କେସ୍, ବିଜେଡି କହିଲା ଦରଦାମ ନିୟନ୍ତ୍ରଣ କର ।
୧୧- ରାତିରେ ରାଜଧାନୀ ରାସ୍ତାରେ ଆତଙ୍କରାଜ । ଖଣ୍ଡା ବୁଲାଇ, ବନ୍ଧୁକ ଧରି ରାସ୍ତା ଉପରେ ଅପରାଧୀ କରୁଛନ୍ତି ନାଚ ।
୧୨- ଟିକାକରଣ କମ୍ ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନଭେମ୍ବର ୩ରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
୧୩- ବିବାହ ଉତ୍ସବରେ ରକ୍ତର ହୋଲି ଖେଳିଲା ତାଲିବାନ୍ : ଗୀତ ବଜାଇବାରୁ ୧୩ ଜଣଙ୍କୁ ଗୁଳି ମାରି ହତ୍ୟା ।
୧୪- ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍ କରିଛନ୍ତି ରାଜ୍ୟ ସରକାର।
୧୫- ମନରେଗାରେ ଏବେ ମଧ୍ୟ ଆଧାର ଲିଙ୍କ୍ ବାଧକ, ୫ ବର୍ଷରେ ୧୦୩.୨ କୋଟିର ପ୍ରାପ୍ୟ ମିଳିନି .
୧୬- ପୁରୀ ସହରବାସୀ ଆଜି ଠାରୁ ପଶ୍ଚିମ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଲାଗି ବ୍ୟବସ୍ଥା ।
୧୭- ନଭେମ୍ବର ପାଇଁ କୋଭିଡ୍ ଗାଇଡ୍ଲାଇନ୍ ଜାରି: ଯାହା ଥିଲା ତାହା ରହିଲା ।
୧୮- ଅଲିଭ ରିଡ୍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ ।
୧୯- ଅରୁଣାଚଳ ସୀମାରେ ମୁହାଁମୁହିଁ ସ୍ଥିତି, ସେନା ମୁତୟନ ବଢ଼ାଇଲା ଭାରତ ।
୨୦- ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀରେ ସୀମିତ ରଖିବାକୁ ନିଷ୍ପତ୍ତି ।
୨୧- ତିବ୍ଦତ ପିରିସ୍ଥିତି ଉପରେ ଧ୍ୟାନ ଦେବାକୁ ଦଲାଇଲାମାଙ୍କ ଅପିଲ, ଚୀନ କରୁଛି ପ୍ରାକୃତିକ ସମ୍ପଦ ନଷ୍ଟ ।
୨୨- ମମିତା ମାମଲାରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଦିଲ୍ଲୀ ପଟେଲ ଚୌକରେ ପ୍ରତିବାଦ ସଭାକରି ସିବିଆଇ ତଦନ୍ତ ଦାବି କଲା ଦଳ ।