ସଂକ୍ଷିପ୍ତ ସମ୍ବାଦ

୧. ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ, କୋଭିଡ୍ କଟକଣା ସତ୍ତ୍ୱେ ଉତ୍ସାହିତ ପର୍ଯ୍ୟଟକ ।
୨. ସମ୍ପ୍ରତି ବିଶ୍ୱରେ ଆପଣାଯାଉଥିବା ବିକାଶମୂଳକ ଯୋଜନା ଗୁଡିକର ପ୍ରୟୋଜନ ଅନୁଯାୟୀ ପରିବର୍ତ୍ତନ ଅଣାଯିବା ଜରୁରୀ । ଏହାଦ୍ୱାରା ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ ରୋକାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
୩. ଉତ୍ତର ଭାରତର ପ୍ରସିଦ୍ଧ ଛଟ୍ ପର୍ବ ଅବସରରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସାଲିମାର- ଲୋକମାନ୍ୟ ତିଲକ ଟର୍ମିନସ୍ (ମୁମ୍ବାଇ) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯଇଛି । ଆଜି ଏବଂ ଆସନ୍ତା ୫ରେ ମୁମ୍ବାଇ ଲୋକମାନ୍ୟ ତିଲକ୍ ଟର୍ମିନସ୍ରୁ ଛାଡିବ । ଆସନ୍ତା ୩ ଓ ୭ରେ ସାଲିମାର ଷ୍ଟେସନରୁ ଛାଡିବ ।
୪. ଟି-୨୦ ବିଶ୍ୱକପ : ଇଂଲଣ୍ଡର ୪ର୍ଥ ବିଜୟ, ଶ୍ରୀଲଙ୍କାକୁ ୨୬ରନରେ ହରାଇଲା ।
୫. ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ।
୬. ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ, ୧ ନମ୍ବର ରାଙ୍କରେ ୩ ଛାତ୍ର ।
୭. ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଦର ହ୍ରାସ ନିମନ୍ତେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବିପତ୍ର ।
୮. କେନ୍ଦୁଝର ବିଜେପି ପକ୍ଷରୁ ୪ ଦଫା ଦାବି ନେଇ ଏସ୍ପି କାର୍ଯ୍ୟାଳୟ ଘେରାଉ, ପୋଲିସ ଉପରେ ଅଣ୍ଡାମାଡ଼, ଲାଠିମାଡରେ ଏକାଧିକ ଆହତ ।
୯. ୩ ଲୋକସଭା ଓ ୨୯ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିଲା ଉପନିିର୍ବାଚନ, ଆସନ୍ତାକାଲି ହେବ ଗଣନା ।
୧୦. ନୂଆଦିଲ୍ଲୀ ରେ ସରକାରୀ ଅଫିସରେ ସଫେଇ ଅଭିଯାନ, ମାସକରେ ହଟିଲା ୧୩ ଲକ୍ଷ ଫାଇଲ ।
୧୧. ଗୋଆରେ ଅଯୋଧ୍ୟାକୁ ନେଇ ବଡ଼ ଘୋଷଣା କଲେ କେଜ୍ରିୱାଲ : ଗୋଆରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି ।
୧୨. ପ୍ରତି ଘର ଦୂଆର ଠକ୍ ଠକ୍ କରିବେ ସ୍ୱାସ୍ଥ୍ୟକର୍ମୀ: ଆସନ୍ତାକାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍ । କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।
୧୩. ଦୂତୀ ଚାନ୍ଦ ପାଇଲେ ଅର୍ଜୁନ ପୁରସ୍କାର ।
୧୪. ବାଣ ଫୁଟାଯେ ହେଲେ ମାତ୍ର ୨ ଘଣ୍ଟା ପାଇଁ:ଦୀପାବଳିରେ ବାଣଫୁଟାକୁ ହଁ । କେବଳ ୨ ଘଣ୍ଟା ପାଇଁ ସବୁଜ ବାଣକୁ ହାଇକୋର୍ଟଙ୍କ ଅନୁମତି । ରାତି ୮ରୁ ୧୦ ଯାଏଁ ଫୁଟାଇବାକୁ ଗ୍ରୀନ୍ ସିଗ୍ନାଲ୍ ।
୧୫. ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ । ୨୦୨୨ ମସିହା ପରେ ହିଁ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ।
୧୬. ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି ।
୧୭. ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ ।
୧୮. T20 World Cup: ବିରାଟଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ସପୋର୍ଟ, ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ।
୧୯. ବାଉନ୍ସର ରଖିପାରିବେନି ମଦ ବାର, ନିର୍ଦ୍ଦେଶ ଜାରି କଲା କମିଶନରେଟ ପୁଲିସ ।
୨୦. ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଦର ୧୫୦ ଟଙ୍କା ଟପିବା ଆକଳନ ।
୨୧. ଏନ୍ଏଚ୍ ସାଇଡ୍ ଦୋକାନୀ ସାଜିବେ ଡାକ୍ତର! ଦୁର୍ଘଟଣାରେ ଆହତ ପାଇବେ ଜୀବନ । ଦୁର୍ଘଟଣା ଘଟିବା ମାତ୍ରେ ରାସ୍ତା କଡ଼ରେ ଥିବା ଦୋକାନୀ ତୁରନ୍ତ ଫାଷ୍ଟ-ଏଡ୍ ଚିକିତ୍ସା ଯୋଗାଇ ଦେବେ ।
୨୨. ଲୋକାର୍ପିତ ହେଲା ‘ଭାଷା ସଂଗମ’ ଓ ‘ମୋବାଇଲ ଆପ୍’ : ଏହାଦ୍ୱାରା ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ୨୨ଟି ଆଞ୍ଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ ।
୨୩. ସାବଧାନ ରୁହନ୍ତୁ: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ ।
1989 ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ 3 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ପାଇପାରନ୍ତି ।
୨୪. ତାଲିବାନ ଭାରତ ଆଡ଼କୁ ମାଡ଼ିବ ମାନେ ଏୟାର ଷ୍ଟ୍ରାଇକ୍ ଥୟ: ଯୋଗୀ ।