
୧. ଲଦାଖର ୧୫ହଜାର ଫୁଟ ଉଚ୍ଚରେ ଉଡ଼ିଲା ୭୬ ଫୁଟ ଉଚ୍ଚ ତ୍ରିରଙ୍ଗା ।
୨. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ପରିବହନକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ବିଶାଖାପାଟଣାକୁ ଜଳାବତରଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ବିଧିବଦ୍ଧ ଭାବେ ନୌସେନାରେ ସାମିଲ କରିଛନ୍ତି ।
୩. ଶିଳ୍ପୀ ଗ୍ରାମ କର୍ଡୋଲାରେ ଲୋକାର୍ପିତ ହେଲା ସମ୍ବଲପୁରୀ କାନ୍ଥଚିତ୍ର ।
୪. ଭୁବନେଶ୍ୱର ପୁଣି ପାଲଟିଛି ମିନି ବିଶ୍ୱ । ୧୬ ଦେଶର ହକି ତାରକାଙ୍କ ମେଳରେ କମ୍ପିବ କଳିଙ୍ଗ । କନିଷ୍ଠ ପୁରୁଷ ହକି ବିଶ୍ୱକପ ଲାଗି ଘରୋଇ ଭାରତ ସମେତ ୧୫ ଦଳ ଓଡ଼ିଶାରେ ପହଞ୍ଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
୫. କୋଟିଆ ପରେ ଦେଓମାଳି ଓ ଗାଲିଗବଦ୍ଦର ଉପରେ ଆନ୍ଧ୍ରର ନଜର ।
୬. IND vs NZ: ୩-୦ରେ କ୍ଲିନ୍ ସ୍ୱିପ୍, ରୋହିତଙ୍କ ଏକ୍ସପେରିମେଣ୍ଟ ସଫଳ ।
୭. ଗୋଟିଏ ଦିନରେ ରିଲିଜ୍ ହେବ ୟଶ୍, ଆମୀର ଓ ପ୍ରଭାସଙ୍କ ଫିଲ୍ମ: ପାନ୍ ଇଣ୍ଡିଆ ସୁପରଷ୍ଟାର୍ ୟଶ୍ଙ୍କ ବହୁ ପ୍ରତିକ୍ଷିତ କେଜିଏଫ୍-୨, ସାଉଥ୍ ସେନ୍ସେସନ୍ ପ୍ରଭାସଙ୍କ ସଲାର୍ ଏବଂ ମିଷ୍ଟର ପର୍ଫେକ୍ଟ ଆମୀର ଖାନ୍ଙ୍କ ଲାଲ୍ ସିଂହ ଚଢ଼ା ଏକାଦିନରେ ରିଲିଜ୍ ହେବ । ଆସନ୍ତା ବର୍ଷ ଏପ୍ରିଲ ୧୪ରେ ଏହି ତିନିଟି ଫିଲ୍ମ ରିଲିଜ୍ ହେବ ।
୮. ପୁଲଓ୍ୱାମା ଆକ୍ରମଣ ପାଇଁ ଆମାଜନରୁ ମଗାଯାଇଥିଲା ବିସ୍ଫୋରକ ।
୯. ଟିକା ନେଲେ ମିଳିବ ଲକି ଡ୍ର ଓ ଫ୍ରି ବ୍ୟାଜ୍: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା ।
୧୦. କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ ଭାରତ ପାନୋରାମାକୁ ଉଦଘାଟନ କରିଛନ୍ତି ।
୧୧. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦- ୨୧ ତାରିଖରେ ଲକ୍ଷ୍ନୌଠାରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ସମ୍ମିଳନୀରେ ଯୋଗଦାନ କରିଥିଲେ ।
୧୨. ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଏବଂ ଭାରତ ସରକାର ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ।
୧୩. ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମବାର୍ଷିକ ଉପଲକ୍ଷେ ଜାତୀୟ ଗଣମାଧ୍ୟମ ସମ୍ମିଳନୀ ଉଦ୍ଘାଟିତ ।
୧୪. ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲା ସଂଯୁକ୍ତ କିଷାନ ମୋର୍ଚ୍ଚା: ୬ଦଫା ଦାବି ପୂରଣ ପାଇଁ ପ୍ରସ୍ତାବ ।
୧୫. କଟକରେ ରାଜସ୍ଥାନୀ ବେପାରୀଙ୍କ ଶୀତବସ୍ତ୍ରର ପସରା: ୨୫ ବର୍ଷ ହେଲା କରି ଆସୁଛନ୍ତି ବ୍ୟବସାୟ ।
୧୬. ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ଝିଅ ପ୍ରିୟାଂଶୀଙ୍କ ସମ୍ବଲପୁରୀ ନୃତ୍ୟର ଝଲକ ।
୧୭. ସର୍ବଭାରତୀୟ ଇଂରାଜୀ ରଚନା ପରୀକ୍ଷା: ଦ୍ୱିତୀୟ ସ୍ଥାନରେ ଚମ୍ପୁଆ ଝିଅ ସୁମନ ।
୧୮. ସିଦ୍ଧୁଙ୍କ କାରଣରୁ ଛାଡି ପାରିବି ନାହିଁ…, ନିଜ ଗଡ ପଟିଆଲାରୁ ବିଧାନସଭା ନିର୍ବାଚନ ଲଢିବେ କ୍ୟାପଟେନ୍ ଅମରିନ୍ଦର ।
୧୯. ବୁଧବାର କେନ୍ଦ୍ର କ୍ୟାବିନେଟ, କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ବାଜିବ ମୋହର ।
୨୦. କମୁଛି ବ୍ରାଜିଲ୍ କଫିର ଡିମାଣ୍ଡ, ଆମେରିକା-ଇଟାଲି ଏବେ କୋରାପୁଟ ମୁହାଁ ।
୨୧. ସର୍ବ ଭାରତୀୟ ସ୍ତରରେ ଦଶମ ସ୍ଥାନରେ ହାତିଓଟ ଆଦର୍ଶ ବିଦ୍ୟାଳୟ, ଟ୍ୱିଟ୍କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
୨୨. ୨ ହଜାର ଲୋକଙ୍କୁ ଏକାଠି ପାଇଁ ଅନୁମତି, ହେଲେ ଧନୁଯାତ୍ରାରେ ତ ଲକ୍ଷ ଲକ୍ଷ ଦର୍ଶକ! ।
୨୩. କୋଣାର୍କରେ ଇକୋ-ରି-ଟ୍ରିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ, ଆକର୍ଷଣ ସାଜିବ ଭସା ପୋଲ ।
୨୪. ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ସାଂଘାତିକ ଅଭିଯୋଗ, ଜନଧନ ଖାତାଧାରକଙ୍କୁ ଫେରାଇ ନାହିଁ କାଟିଥିବା ଟଙ୍କା।