ସଂକ୍ଷିପ୍ତ ସମ୍ବାଦ
୧-ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ ।
୨-ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ ।
୩-ଆଫଗାନିସ୍ତାନରେ ଆଇଏସ-କେ ର ଆକ୍ରମଣ;୩୨ ମୃତ ୪୫ ଆହାତ ।
୪-କୋଭିଡ଼ ସଂକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ।
୫-ନନ୍ଦନକାନନ ଟଏ ଟ୍ରେନ୍ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ ।
୬-ବୈଶ୍ୱିକ ଭୋକ ସୂଚକାଙ୍କରେ ଭାରତର ମାନହ୍ରାସ ‘ଆଶ୍ଚର୍ଯ୍ୟଜନକ’: କେନ୍ଦ୍ର ସରକାର
୭-ବିଶ୍ୱ କ୍ଷୁଧା ରିପୋର୍ଟରେ ତ୍ରୁଟି ରହିଛି : ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ।
୮-ବିଜୟା ଦଶମୀରେ ଦେଶକୁ ମୋଦୀଙ୍କ ବଡ ଉପହାର । ୪୧ଟି ଗୋଳାବାରୁଦ କାରଖାନାକୁ ମିଶାଇ ୭ଟି କମ୍ପାନି କଲେ ସରକାର ।
୯-ଆରୟନ ଖାନ ଗିରଫ ମାମଲାରେ ବୈଦେଶିକ ମନ୍ତ୍ରାଳୟ ସହାୟତା ଲୋଡ଼ିଲା ଏନସିବି । ଚାଟରେ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ କରାଯିବ ଖୋଳତାଡ଼ ।
୧୦-ଓଡ଼ିଶା ସମେତ ୪ ରାଜ୍ୟକୁ ସିଏମ୍ ଷ୍ଟାଲିନଙ୍କ ଚିଠି, ବାଣ ଉପରୁ ବ୍ୟାନ୍ ହଟାଇବାକୁ କଲେ ଅନୁରୋଧ ।
୧୧-ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍.କେ. ମୃତ : ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର ।
୧୨-JEE ଆଡଭାନ୍ସ ପରୀକ୍ଷା ଫଳ ୨୦୨୧ : ପ୍ରକାଶ ପାଇଲା JEE ଆଡଭାନ୍ସ ପରୀକ୍ଷା ଫଳ, ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଶୀର୍ଷରେ ।
୧୩-ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ ।
୧୪-ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ ।