Breaking PLUSଓଡ଼ିଶାମୁଖ୍ୟ ଖବର
୨୭ରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବରୁ ସେବକଙ୍କ ସହ ଆଲୋଚନା କରାଯିବ। ଚଳିତ ମାସ ୨୭ରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଭକ୍ତମାନେ ସାତ ପାହାଚଠାରୁ ଧାଡ଼ିରେ ଯାଇ ନାଟମଣ୍ଡପ ବାହାର କାଠ ପାଖରୁ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ୨୭ରେ ହେବାକୁ ଥିବା ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନୂଆ ବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ। ଏହାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି।