Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀମନ୍ଦିର ଜମି କେଳେଙ୍କାରୀ ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର – ଶ୍ରୀମନ୍ଦିର ଜମି କେଳେଙ୍କାରୀ ଘଟଣାର ତଦନ୍ତ ଆରମ୍ଭ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଟିତୋଟା ମୌଜା ଜମି କେଳେଙ୍କାରୀ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ସଂପର୍କରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଅକ୍ତିଆର କିମ୍ବା କୋଠା ନିର୍ମାଣ କରିଥିଲେ ଉଚ୍ଛେଦ କରାଯିବ । ବାସେଳି ସାହି ଥାନାରେ ମାମଲା ରୁଜୁ ହୋଇଛି । କେଉଁମାନେ ଜମି କିଣିଛନ୍ତି, କିଏ ଘର କରିଛନ୍ତି ତଦନ୍ତ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି