Breaking PLUSଓଡ଼ିଶାମୁଖ୍ୟ ଖବର
ଦୋଳ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଚଳିତ ବର୍ଷ ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପନ୍ନ ହେବ। ନୀତି ସମ୍ପାଦନ ଦୃଷ୍ଟିରୁ ଛତିଶା ନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ (ତା ୦୯-୦୩-୨୦୨୫) ଠାରୁ ହୋଲି ଉତ୍ସବ (ତା ୧୫-୦୩-୨୦୨୫) ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ ।