Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ପୁରୀ, 28 ମାର୍ଚ୍ଚ (ହି.ସ)- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ । ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଜଗା ଦର୍ଶନ କରିଛନ୍ତି । ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ସ୍ଥଳସେନା ମୁଖ୍ୟ ।

ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ବିତାଇଥିଲେ। ମହାପ୍ରଭୁ, ମା’ଲକ୍ଷ୍ମୀ, ବିମଳାଙ୍କ ମନ୍ଦିର ବୁଲି ଦେଖିବା ସହ କୋଇଲି ବୈକୁଣ୍ଠ ଓ ରୋଷଶାଳା ମଧ୍ୟ ବୁଲି ଦେଖିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କହିଛନ୍ତି, ପୁରୀ ଆସିଲେ ଶାନ୍ତି ମିଳେ। ଶ୍ରୀମନ୍ଦିରରେ ଦିବ୍ୟ ଶକ୍ତି ଓ ଶାନ୍ତି ସେ ଅନୁଭବ କରିଛନ୍ତି। ଜଗନ୍ନାଥ ଧାମରେ ପହଞ୍ଚି ସେ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ସହ ଭାରତୀୟ ସେନା କିଭଳି ଅଧିକ ଶକ୍ତିଶାଳୀ ହେବ, ପ୍ରତ୍ୟେକ ଯବାନ ଓ ତାଙ୍କ ପରିବାରକୁ ମହାପ୍ରଭୁଙ୍କ ଆଶୀର୍ବାଦ ମିଳୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଭାରତୀୟ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ତିନି ଦିନିଆ ଓଡିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଗସ୍ତ କରି ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶିକ୍ଷଣ କାର୍ଯ୍ୟ ତଦାରଖ କରିବେ। ୨୯ରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button