Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଚାରିପାଖ ୱାଚ୍‌ ଟାୱାର୍‌ରେ ମୁତୟନ ହେବେ ପୋଲିସ

ପୁରୀ- ଶ୍ରୀମନ୍ଦିର ଚାରିପାଖ ୱାଚ୍‌ ଟାୱାର୍‌ରେ ମୁତୟନ ହେବେ ପୋଲିସ  । ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଣକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ୪ଟି ୱାଚ୍‌ ଟାୱାର୍‌ରେ ପୋଲିସ ମୁତୟନ ବ୍ୟବସ୍ଥା ହେବ  । ଭବିଷ୍ୟତରେ କେହି ଯେମିତି ଡ୍ରୋନ ନଉଡ଼ାନ୍ତି ସେଥିପ୍ରତି ବ୍ୟବସ୍ଥା କରାଯିବ ।

ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ବ୍ୟାଘାତ କଲେ ବରଦାସ୍ତ କରାଯିବନି। ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଭୋର୍ ୪ଟା ୧୦ ମିନିଟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।  ତେବେ ନୋ ଫ୍ଲାଇଙ୍ଗ୍ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡାଇଲା, ତାହାର କାରଣ ଅସ୍ପଷ୍ଟ ରହିଛି। ଡ୍ରୋନ୍ ଟି ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ  ଉପରେ ବୁଲିଲା।  ଏବଂ ପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଏବଂ ନୀଳଚକ୍ର ଉପରେ ବୁଲିଥିଲା। ଡ୍ରୋନଟି ପୁଲିସ୍ କଣ୍ଟ୍ରାଲ ରୁମ୍ ରୁ ଆସିଛି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Show More

Related Articles

Back to top button