Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଆସନ୍ତା ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହି ବନ୍ଦ ସମୟରେ ଶ୍ରୀମନ୍ଦିର ଭିତର ସାନିଟାଇଜ କରାଯିବ । ଏନେଇ ପୂର୍ବଭଳି ଜଗନ୍ନାଥ ଦର୍ଶନ ବନ୍ଦ ରହିବ । ସାଧାରଣତଃ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଯିବା ପାଇଁ ବାରଣ କରାଯାଇଛି ।

ଆସନ୍ତା ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେବ । ହେଲେ ଏଥର ପଞ୍ଚୁକରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନାହିଁ । ଶ୍ରୀ ମନ୍ଦିର‌ ମୁକ୍ତି ମଣ୍ଡପ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ନାଗାର୍ଜୁନ ବେଶ ନେଇ କୌଣସି ଉଲ୍ଲେଖ ନାହିଁ। ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ ।

Show More

Related Articles

Back to top button