Breaking PLUSଓଡ଼ିଶାମୁଖ୍ୟ ଖବର
ଶିଖରଚଣ୍ଡି ଛକରେ ଦୁର୍ଘଟଣା, 20 ଫୁଟ ତଳକୁ ଖସିଲା କାର୍

ଭୁବନେଶ୍ବର- ରାଜଧାନୀ ଭୁବନେଶ୍ୱରର ଶିଖରଚଣ୍ଡୀ ଛକରେ ଦୁର୍ଘଟଣା ଘଟିଛି । ଫିଲ୍ମ ଷ୍ଟାଇଲରେ ୨୦ ଫୁଟ ତଳକୁ ଖସିପଡିଛି କାର । ଗୋଲେଇ ଛକ ଡିଭାଇଡର ଭାଙ୍ଗି ତଳେ ପଡ଼ିଛି କାର । ତେବେ କାରରେ କେତେ ଜଣ ଥିଲେ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଘଟଣାସ୍ଥଳପରେ ପୋଲିସ ପହଞ୍ଚି ତଦନ୍ତ କରିଛି ।