ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ମୁହାଁମୁହିଁ ହେଲେ ସିନ୍ଦେ-ଉଦ୍ଧବଙ୍କ ଗୋଷ୍ଠୀ

ମୁମ୍ବାଇ: ମୁମ୍ବାଇରେ ଥମୁନି ଶିବେସେନାର ଉଦ୍ଧବ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ। ଥରେ ନୁହେଁ ଦୁଇଥର ନୁହେଁ ଏହି ଦୁଇ ଗୋଷ୍ଠୀ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଏପରି କି ହାତାହାତି ଯାଏ ମଧ୍ୟ କଥା ଯାଉଛି। ମୁମ୍ବାଇର ଦାଦରରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୁଣି ଥରେ ଏହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ପାଟିତୁଣ୍ଡ ଓ ପରେ ଗୁଳିମାଡ ହୋଇଛି ବେଲି ସୂଚନା ମିଳିଛି। ଶନିବାର ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ବିବାଦ ଆହୁରି ବଢ଼ିଥିଲା। ଦାଦର ପୁଲିସ ଷ୍ଟେସନ ଅଞ୍ଚଳରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଗତ ରାତିରେ ପ୍ରଭାଦେଭିରେ ହୋଇଥିବା ଲଢ଼େଇ ସିନ୍ଦେ ଗୋଷ୍ଠୀର ମୁଖ୍ୟ ସାନ୍ତୋଷ ତେଲାଭାନେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ମୁଖ୍ୟ ମହେଶ ସାୱନ୍ତ ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ମାରପିଟ୍‌ କରିବା, ଧମକ ଦେବା ଓ ତାଙ୍କ ବେକର ସୁନା ଚେନ୍‌ ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ସଦା ସରବଣକରଙ୍କ ଉପରେ ଉଦ୍ଧବ ଗୋଷ୍ଠୀ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି। ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା ବିଭାଗର ପ୍ରମୁଖ ମହେଶ ସାୱନ୍ତ। ସେପଟେ କିନ୍ତୁ ବିଧାୟକ ସଦା ସରବଣକର ଏହି ଗୁଳିମାଡ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାତିସାରା ଜାରି ରହିଥିବା ଏହି ହଙ୍ଗାମା ଭୋର ୪ଟାରେ ଶେଷ ହୋଇଛି। ପୁଲିସ ପଚରାଉଚରା ପରେ ସକାଳୁ ବିଧାୟକ ଥାନାରୁ ବାହାରିଛନ୍ତି। ପୁଲିସ ଏହି ମାମଲାରେ ବର୍ତ୍ତମାନ ଯାଏ କୌଣସି ଅଫିସିଆଲ ବୟନା ଜାରି କରି ନାହିଁ। କିନ୍ତୁ ଦାଦର ପୁଲିସ ଷ୍ଟେସନରେ ସନ୍ତୋଷ ତେଲବନେଙ୍କ ଅଭିଯୋଗ ପରେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ମହେଶ ସାୱନ୍ତଙ୍କ ସମେତ ୩୫ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Show More

Related Articles

Back to top button