Breaking PLUSଓଡ଼ିଶାମୁଖ୍ୟ ଖବର

କଳାଧନ ସଂପର୍କିତ ଏସଆଇଟି ବୈଠକ

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଅନୁଷ୍ଠିତ ହୋଇଛି । ଏହାପରେ ଜଷ୍ଟିସ ଅରିଜିତ ପଶାୟତ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି, ଏଥିରେ ରୋକ ଲଗାଇବା ଜରୁରୀ। ଦୁର୍ନୀତି କମାଇବା ଉଦ୍ଦେଶ୍ୟ ରହିଛି। ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ। ଦୁର୍ନୀତି ହେଉଥିବା ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ଜଣାଇବା ଦ୍ୱାରା ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଅନଲାଇନ୍‌‌ ଜୁଆ ଖେଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ। ଅରଜିତ ପଶାୟତଙ୍କ ବାସଭବନରେ ବସିଥିବା କଳାଧନ ସମ୍ପର୍କିତ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ରାହୁଲ ନବୀନ, ଭିଜିଲାନ୍ସ ଡିଜି, ନାର୍କୋଟିକ ନିର୍ଦ୍ଦେଶକ, ଆୟକର ଚିଫ୍‌‌ କମିସନର, ସିବିଡିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

Show More

Related Articles

Back to top button