ପାରିତ ହେଲା ୪ଟି ବିଲ୍
ଖଣି ଦୁର୍ନୀତିକୁ ନେଇ ଆଜି ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିନଥିଲେ ଯେଉଁଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ଗୃହରେ ହଙ୍ଗାମା କରିଥିଲେ ତାସହିତ ଆଜି ଦିନ ୪ଟାରେ ବାଚସ୍ପତିଙ୍କ ଚାମ୍ବର ମଧ୍ୟ ଘେରିଥିଲେ । ବାଚସ୍ପତିଙ୍କୁ ତାଙ୍କ ଚେୟାରକୁ ଆସିବାକୁ ଦେଇନଥିବାରୁ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି ଗୃହ ପରିଚାଳନା କରିଥିଲେ । କଂଗ୍ରେସ ସଦସ୍ୟ ଗୃହରେ ହୋହାଲା କରିବା ସହିତ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ ଏବଂ ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ କାଲି ଯାଏଁ ଗୃହ ମୁଲତବୀ ରଖାଯାଇଛି । ଏହାରି ଭିତରେ ଗୃହରେ ରିପୋର୍ଟ ଉପସ୍ଥାପନ ଓ ବିଲ ପାରିତ ହୋଇଛି ।
ଆଜି ଗୃହରେ ୪ଟି ବିଲ୍ ପାରିତ ହୋଇଛି । ସେହି ବିଲ୍ ଗୁଡିକ ହେଲା ଓଡିଶା ପଞ୍ଚାୟତ ସଂଶୋଧନ ବିଲ, ଓଡିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍, ଭାରତୀୟ ଷ୍ଟାମ୍ପ ଓଡିଶା ସଂଶୋଧନ ବିଲ୍ ।