Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

କାର ଦୁର୍ଘଟଣାରେ ୬ ମୃତ

ଉତ୍ତର ପ୍ରଦେଶର ରାମପୁରରେ ଆଜି ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ କାରଟି ପୋଲରେ ପିଟି ହୋଇଯିବାରୁ ଓଲଟି ପଡ଼ିଛି । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ରାମପୁରରୁ ଦ୍ରୁତ ଗତିରେ ଆସୁଥିବା କାର ହାଇଟେନ୍ସ ୱେୟାରଲେସ୍ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଛି । ଏହି ଘଟଣାରେ ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କାରରେ ବସିଥିବା ଲୋକ ମୁରାଦାବାଦର ଡିଲାରୀ ନିବାସୀ ବୋଲି ଜଣାଯାଇଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ସମସ୍ତ ବ୍ୟକ୍ତି ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ତେବେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ପୋଲିସ ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ରାମପୁରର ଅଜୀମନଗର ଥାନା ଅଞ୍ଚଳରେ ଦ୍ରୁତ ଗତି ଯୋଗୁ ଇନୋଭା କାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରିକ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । କାର୍‌ଟି ଏତେ ଜୋରରେ ଖୁଣ୍ଟକୁ ଧକ୍କା ଦେଇଥିଲା ଯେ ତାହା ଉପୁଡ଼ି ପଡ଼ିଥିଲା ଓ କାର ଯାଇ ପଡ଼ିଥିଲା ଗାତରେ । ଏହି ଦୁର୍ଘଟଣାରେ କାରରେ ଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ କାରରେ ଗୁରୁତର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବାହାଘରକୁ ଯିବା ବାଟରେ ଘଟିଛି ଏଭଳି ଏକ ଦୁର୍ଘଟଣା ।

Show More

Related Articles

Back to top button