Breaking PLUSଦେଶମୁଖ୍ୟ ଖବର
ସନ୍ଦେଶଖାଲିରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ହେଉଛି ଶୋଷଣ- ସ୍ମୃତି ଇରାନୀ

ନୂଆଦିଲ୍ଲୀ- କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ଶକ୍ତିକୁ କେନ୍ଦ୍ରରେ ରଖି ଦେଶର ବିକାଶର କଥା କହୁଛନ୍ତି, ଅନ୍ୟପଟେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ରାଜ୍ୟର ମହିଳା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ହିଁ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ହିଁ ଲୋକେ ମହିଳାଙ୍କୁ ବୟସ ଓ ଧର୍ମର ଆଧାରରେ ଚିହ୍ନଟ କରି ସେମାନଙ୍କ ଶୋଷଣ କରୁଛନ୍ତି । ନ୍ୟାୟପାଳିକାର କୃତଜ୍ଞତା ଜ୍ଞାପନ କରି ସ୍ମୃତି ଇରାନୀ କହିଛନ୍ତି ଯେ, ଏବେ ପୀଡିତ ମହିଳାଙ୍କୁ ନ୍ୟାୟ ମିଳିବ । ଗୁରୁବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଆମ୍ବାସାଡର ସମାରୋହ ପରେ ଗଣମାଧ୍ୟମରେ ଏହା କହିଛନ୍ତି ସ୍ମୃତି ଇରାନୀ ।