ଓଡ଼ିଶା
ସଡ଼କ ଦୁର୍ଘଟଣାରେ ସୋସିଆଲ ମିଡିଆ ସେଲିବ୍ରିଟି ରୋହିତ ଭାତିଙ୍କ ପରଲୋକ

ଆରପାରିରେ ରୋହିତ ଭାତି । ସଡ଼କ ଦୁର୍ଘଟଣାରେ ଚାଲିଗଲା ସୋସିଆଲ ମିଡିଆ ସେଲିବ୍ରିଟି ରୋହିତ ଭାତିଙ୍କ ଜୀବନ । ବନ୍ଧୁଙ୍କ ସହ ଏକ କାର ଯୋଗେ ଆସୁଥିବାବେଳେ ଏପରି ଦୁର୍ଘଟଣା ଘଟିଛି। ଫଳରେ ଅଭିନେତାଙ୍କ ମୃତ୍ୟୁ ହୋଇଥିଲାବେଳେ ୨ ବନ୍ଧୁ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ,ରୋହିତ ଏବଂ ତାଙ୍କ ବନ୍ଧୁ ବିଳମ୍ବିତ ରାତିରେ ଏକ ପାର୍ଟିରୁ ଫେରୁଥିବାବେଳେ କାର୍ଟି ଏକ ଗଛରେ ବାଡ଼େଇ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ କାରର ସ୍ପିଡ ଜୋର ରହିଥିଲା ବୋଲି ସୂଚନା ମିଳିଛି
ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରୋହିତ ଭାତିଙ୍କୁ ସୋସିଆଲ୍ ମିଡିଆରେ ସମେସ୍ତ ରାୱଡି ଭାତି ନାମରେ ଜାଣନ୍ତି। ତାଙ୍କର ଯେଉଁ ୨ ବନ୍ଧୁ ଗୁୁରୁତର ଆହତ ହୋଇଥିଲେ ସେମାନେ ଏବେ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଜଣେ ଗ୍ରେଟର୍ ନୋଇଡ଼ା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀରେ ଚିକିତ୍ସିତ ହେଉଥିବା।