Breaking PLUSଜୀବନଚର୍ଯ୍ୟାମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

ଖୁବଶୀଘ୍ର କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି ପଡିବାକୁ ଯାଉଛି

ମୁମ୍ବାଇ: କିଛି ଦିନ ହେବ କିଆରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ଜୋର ଚର୍ଚ୍ଚା ଧରିଛି । ଉଭଭ ପରସ୍ପରକୁ ଭଲପାଉଥିବା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସମ୍ପର୍କକୁ ନେଇ କିଛି ନା କିଛି ପ୍ରତିକ୍ରିୟା ଦେଉଛନ୍ତି । ପୂର୍ବରୁ ଉଭୟଙ୍କ ସମ୍ପର୍କକୁ କଫି ୱିଥ୍ କରଣ ଶୋରେ ଅଭିନେତା ଭିକି କୌଶଲ ନିଜର ମତ ଦେଇଥିବା ବେଳେ ବର୍ତ୍ତମାନ ଆଉ ଏକ ଅଭିନେତା ଉଭୟ କିଆରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଛି । ‘କଫି ୱିଥ କରଣ ଶୋ’ ସିଜନ ୭ର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଶୋରେ ଆସୁଥିବା ସେଲିବ୍ରେଟିମାନଙ୍କର ବୃତ୍ତିଗତ କଥା ଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥା ସବୁକିଛିର ଖୁଲାସା ହୋଇଥାଏ । ତେବେ ‘କଫି ୱିଥ୍ କରଣ ଶୋ’ କୁ ଅତିଥି ଭାବରେ ଆସିଥିବା ସାହିଦ୍ କିଆରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ମଜାଳିଆ ଢଙ୍ଗରେ ଏକ ବଡ ଘୋଷଣା କରିଛନ୍ତି । ତେବେ ଏହି ଶୋରେ କିଆରା ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଓ କହିଛନ୍ତି ସିଦ୍ଧାର୍ଥ ବନ୍ଧୁ ଠାରୁ କିଛି ଅଧିକ । ଯାହାକୁ ନେଇ ସାହିଦ୍ କାପୁର ମଜାଳିଆ ଢଙ୍ଗରେ କହିଛନ୍ତି ବର୍ଷର ଶେଷ ସୁଦ୍ଧା ଉଭୟ ବିବାହ କରିପାରନ୍ତି । ତେବେ ସାହିଦଙ୍କ ଏପରି କଥା ପରେ ବର୍ତ୍ତମାନ କିଆରା ଓ ସିଦ୍ଧାର୍ଥଙ୍କ ଯୋଡିକୁ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଯୋଡିଙ୍କର ବିବାହ ଫ୍ୟାନ୍ସମାନଙ୍କ ପାଇଁ ରୋମାଞ୍ଚକ ହେବ ।

 

Show More

Related Articles

Back to top button