ଦୁଇ ଦିନରେ ୧୦୦ କୋଟି ରୋଜଗାର କଲା ‘ପୁଷ୍ପା: ଦି ରାଇଜ୍’

ଡିସେମ୍ବର ୧୭ରେ ପରଦା ଉପରକୁ ଆସିଛି ସାଉଥ୍ ଫିଲ୍ମ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ । ଏହା ରିଲିଜ୍ ହେବାର ମାତ୍ର ଦୁଇ ଦିନ ଯାଇଛି । ଏତେ କମ୍ ସମୟ ମଧ୍ୟରେ ସାରା ଦୁନିଆରେ ଚଳଚ୍ଚିତ୍ରଟିର ରୋଜଗାର ୧୦୦ କୋଟି ଅତିକ୍ରମ କରିସାରିଛି ।
#Pushpa crosses $1.30 Million at the #USA Box office..
— Ramesh Bala (@rameshlaus) December 19, 2021
ସୁକୁମାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରହିବାର ସମ୍ଭାବନା ରହିଛି ।
‘ପୁଷ୍ପା: ଦି ରାଇଜ୍’ ପାନ୍ ଇଣ୍ଡିଆର ଏକ ବଡ ପ୍ରକଳ୍ପ ବୋଲି କୁହାଯାଉଛି । ଏହା ଡିସେମ୍ବର ୧୭ରେ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା । ଏହାକୁ ଦୁଇଟି ଭାଗରେ ନିର୍ମାଣ କରାଯାଇଛି । ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଷଚାଲାମ ଅଞ୍ଚଳର ଲାଲ ଚନ୍ଦନ ଚୋରା ଚାଲାଣକାରୀଙ୍କ ଜୀବନ ଉପରେ ଆଧାରିତ ।
ସାରା ଦୁନିଆର ବିଭିନ୍ନ ପ୍ରେକ୍ଷାଳୟରେ ‘ପୁଷ୍ପା’ ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେବାର ମାତ୍ର ଦୁଇ ଦିନରେ ଫିଲ୍ମର ରୋଜଗାର ୧୦୦ କୋଟି ଅତିକ୍ରମ କରିଛି । ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟ୍ୱିଟରରେ ସେୟାର କରି ଲେଖିଛନ୍ତି ଯେ “‘ପୁଷ୍ପା’ ୧୦୦ କୋଟି ପାର୍ କରିଛି । ବିଶ୍ୱ ବ୍ୟାପୀ ବକ୍ସ ଅଫିସ୍ କଲେକ୍ସନ୍ ଡେ-୨।” ରମେଶ ‘ପୁଷ୍ପା’କୁ ନେଇ କହିଛନ୍ତି ଯେ ଏହା ଆମେରିକାରେ ମଧ୍ୟ ଭଲ ରୋଜଗାର କରୁଛି । ତାଙ୍କ ଟ୍ୱିଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ କେବଳ ଆମେରିକା ବକ୍ସ ଅଫିସ୍ରେ ୯ କୋଟି ସଂଗ୍ରହ କରିଛି ।
ଯଦି ଏହା ବିଦେଶର ଅନ୍ୟ ପ୍ରେକ୍ଷାଳୟଗୁଡିକରେ ରିଲିଜ୍ ହୁଏ ତେବେ ଫିଲ୍ମ ଆହୁରି ଭଲ କଲେକ୍ସନ୍ (ପୁଷ୍ପା ବକ୍ସ ଅଫିସ୍ କରିପାରିବ ବୋଲି କୁହାଆଉଛି ।
ଏହି ସିନେମାରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫଦାହ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ଲୋକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି । ଏହାର ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଇଛି ।