ଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜିଠୁ ଆରମ୍ଭ ସ୍ପେଶାଲ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା। ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଏଥିପାଇଁ ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ କୋଲକତା, ରାଞ୍ଚି ଓ ପାଟନାରେ ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି। ବିଟେକ୍, ବିଫାର୍ମା, ଏମବିଏ, ବିଟେକ୍ ଲାଟେରାଲ ଏଣ୍ଟ୍ରି,ଏମସିଏ, ଏମଟେକ୍, ଏମ୍‌ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ହେବ। ଆଜି ଓ ଆସନ୍ତାକାଲି ସହ ୭ ତାରିଖରେ ହେବ ସ୍ପେଶାଲ ଓଜେଇଇ କମ୍ପୁଟର ବେସଡ୍ ଟେଷ୍ଟ। ୪ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Show More

Related Articles

Back to top button