ଓଡ଼ିଶାବ୍ୟକ୍ତିତ୍ୱଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ସ୍ବାଭିମାନ ଦିବସ ଅବସରରେ ସ୍ବତନ୍ତ୍ର ଉପସ୍ଥାପନା

ଉତ୍କଳ ଗୌରବ- ମଧୁସୂଦନ ଦାସ

ଉତ୍କଳ ଗୌରବ …..
********

ଉତ୍କଳ ମାଟିରେ ଜନ୍ମ ଲଭିଲ
ଉତ୍କଳ ଗୌରବ ମଧୁସୂଦନ
ଓଡ଼ିଆ ଭାଷାର ମାନରକ୍ଷା ପାଇଁ
ଆପ୍ରାଣ କଲ ଉଦ୍ୟମ ।।

ଯା’ ପାଇଁ ଚାଖିଲୁ ସ୍ବାଧୀନତା ସ୍ବାଦ
ଓଡ଼ିଶା ହେଲା ସ୍ବତନ୍ତ୍ର
ବକ୍ଷେ ଜାଳିଲ ବିପ୍ଳବର ବହ୍ନି
ଦେଇ ସ୍ବାଧୀନତା ମନ୍ତ୍ର ।।

ଗଠନ‌ କରିଲ ଉତ୍କଳ ପ୍ରଦେଶ
ଉତ୍କଳ ମାଟିର ଜନକ ହେଲ
ଓଡ଼ିଶା ବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ
ପୋଛିବାକୁ ପଣ ଜୀବନେ କଲ ।।

ଉତ୍କଳ ସମ୍ମିଳନୀ ଗଠନ‌ କରିଲ
ଜୁଟାଇଲ ଶକ୍ତି ଓଡ଼ିଆ ପ୍ରାଣେ
ଉତ୍କଳ ଟ୍ୟାନେରୀ ତୁମ ଅବଦାନ
ନବଜାଗରଣ ବେକାରୀ ମନେ ।।

ଓଡ଼ିଆ ସାହିତ୍ୟ ସଂସ୍କୃତିର ରକ୍ଷା
ଥିଲା ଜୀବନର ବ୍ରତ
ଓଡ଼ିଶା ପ୍ରଦେଶ ଗଢିବା ନିଶାରେ
ସର୍ଜିଲ ନୂଆ ସାହିତ୍ୟ ।।

ଭୌଗୋଳିକ ସ୍ଥିତି ମାତୃଭାଷା ବିନା
ଜାତିର ଗଠନ ନୁହେଁ ସମ୍ଭବ
ଏଇ କଥା ମର୍ମେ ମର୍ମେ ଅନୁଭବି
କାନ୍ଦି ଉଠୁଥିଲା ପରାଣ ତବ ।।

ଉଠ ଉଠ ବୋଲି ଡାକୁଥିଲ କେତେ
ସୁପ୍ତ ଓଡ଼ିଶା ବାସୀଙ୍କୁ
ବକ୍ତୃତାରେ ଭରିଥିଲା ବିସ୍ପୋରଣ
ଜାଗରଣକଲା ଆମ ଜାତିକୁ ।।

ଜାତୀୟତାବାଦୀ ସ୍ଵାଭିମାନୀ ଆହେ
ଓଡ଼ିଶା ଗର୍ବ ଗୌରବ
ବୀର ପ୍ରସବିନୀ ଓଡ଼ିଆ ମାଟିର
ତୁମେ ହିଁ ଶ୍ରେଷ୍ଠ ସୌଭାଗ୍ଯ ।।

ସ୍ବାର୍ଥମେଧ ଯଜ୍ଞ କରି ଗଲ ଚାଲି
ସ୍ଵାର୍ଥକୁ ଆହୁତି ଦେଇ
ସେ ଦିନୁ ଚାଲିଲେ ତୁମ ପାଦ ଚିହ୍ନେ
ଓଡ଼ିଆ ପାଦ ମିଳାଇ ।।

ନୂତନ ଓଡ଼ିଶା‌ ସୂର୍ଯ୍ୟୋଦୟ ତୁମେ
ନଦେଖିଲ ନୟନରେ
ଦେଖିଯାଅ ଆସି ଏ ଓଡ଼ିଶା ମାଟି
ଆଜିବି ତୁମକୁ ଝୁରେ ।।

ଓଡ଼ିଶା ମାଟିର ବରପୁତ୍ର ଆହେ
ଜନମ ଦିନରେ କରୁ ସ୍ମରଣ
ଓଡ଼ିଶା ପ୍ରଦେଶ ପ୍ରାଣ ପ୍ରତିଷ୍ଠାତା
ହେ ମହାମାନବ ଘେନ ପ୍ରଣାମ ।।

Show More

Related Articles

Back to top button