Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ

ଗତ ଏପ୍ରିଲ ୨୨ରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା।

ମାଲାୟାଲମର ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି କେରଳ ପୋଲିସ। ଗତ ଏପ୍ରିଲ ୨୨ରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗକାରୀ କହିବା ଅନୁସାରେ, ଅଭିନେତା ତାଙ୍କୁ କୋଚିର ଏକ ଫ୍ଲାଟରେ ଯୌନ ନିର୍ଯାତନା ଦେଇଛନ୍ତି। ଥରେ ନୁହେଁ ବିଜୟ ବାବୁ ତାଙ୍କ ସହ ବାରମ୍ବାର ଖରାପ କାମ କରିଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଏଯାଏ ଅଭିନେତାଙ୍କୁ ପଚରାଉଚରା କରି ନାହିଁ କି ତାଙ୍କୁ ଗିରଫ କରି ନାହିଁ। ମାଲାୟାଲମ ସିନେମା ଜଗତରେ ବେଶ୍‌ ଜଣାଣୁଣା ଅଭିନେତା ବିଜୟ ବାବୁ। ଅଭିନୟ ପାଇଁ ସେ ବହୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ଶିଶୁ ଚଳଚ୍ଚିତ୍ର ଭାବେ ତାଙ୍କ ଦ୍ୱାରା ର୍ନିମିତ ଫିଲିପ ଏବଂ ଦି ମଙ୍କି ଶ୍ରେଷ୍ଠ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ ସାଉଥ ପୋଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି।

Show More

Related Articles

Back to top button