Breaking PLUSଓଡ଼ିଶାମୁଖ୍ୟ ଖବର
ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ- କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର- ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ନେଇ ବିଧାନସଭାରେ କଟକ ବିଧାୟିକା ସୋଫିଆ ଫିରଦୋସ ଉଠାଇଥିବା ପ୍ରଶ୍ନରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି ଯେ, ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ।
କଟକ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ବାରବାଟୀ କ୍ରିକେଟ ଷ୍ଟାଡିୟମ୍ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ), କଟକ ଦ୍ୱାରା ପରିଚାଳିତ ହେଉଛି। ବର୍ତ୍ତମାନ ସୁଦ୍ଧା, କଟକର ବାରବାଟୀ କ୍ରିକେଟ୍ ଷ୍ଟାଡିୟମ୍ ନବୀକରଣ ପାଇଁ ସରକାରଙ୍କ ପାଖରେ ଏପରି କୌଣସି ପ୍ରସ୍ତାବ ନାହିଁ।