ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ କ୍ରୀଡ଼ା ଶିକ୍ଷକ

କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁ ।  ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଶିକ୍ଷକ ଜନାର୍ଦ୍ଦନଙ୍କ ଘରେ ଚଢ଼ାଉ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତିଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସାହୁଙ୍କ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି । ବର୍ତ୍ତମାନ ବ୍ରହ୍ମପୁର ଘର ସହ ଜନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମରେ ରେଡ ଚାଲିଛି ।

ତେବେ ଘରେ ଚଢ଼ାଉ ବେଳେ ପୁଳା ପୁଳା ନଗଦ ଟଙ୍କା, ସୁନାଗହଣା ଆଦି ଜବତ ହେବା ସହ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

ଜନାର୍ଦ୍ଦନ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ଭିଜିଲାନ୍ସ ଟିମ୍‌ ତାଙ୍କର ବ୍ରହ୍ମପୁର ଅନନ୍ତନଗର ପ୍ରଥମ ଲାଇନ୍‌ ବାସଭବନ, ଜୟନ୍ତୀପୁର ପୈତୃକ ବାସଭବନହ୍‌, ଗୋଳନ୍ଥରା ଥାନା ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଶଶୁର ଘର ସମେତ ୧୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ବୋଲି ଏସ୍‌ପି ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି। ଶିକ୍ଷକଙ୍କ ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା  ଅନୁମାନ କରାଯାଉଛି। ତେବେ ଚଢ଼ାଉ ଶେଷରେ ତାଙ୍କର ପ୍ରକୃତ ସମ୍ପତ୍ତି ଆକଳନ ସମ୍ଭବ ବୋଲି ଏସ୍‌ପି କହିଛନ୍ତି।

Show More

Related Articles

Back to top button