Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ – ଏସ୍‌ଆର୍‌ସି

ଭୁବନେଶ୍ୱର- ରାଜ୍ୟରେ ବନ୍ୟା ସ୍ଥିତି ନାହିଁ  । ଏନେଇ ସମୀକ୍ଷା ବୈଠକ ପରେ SRC ଦେଓରଞ୍ଜନ କୁମାର ସିଂ ସୂଚନା ଦେଇଛନ୍ତି । ‘ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା । ‘ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି । ‘ବର୍ଷା ଲାଗିରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । କାଲି ବି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସଜାଗ ଅଛୁ ।

ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । IAS ବିଷ୍ଣୁପଦ ସେଠୀ, IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଛି । ଲଘୁଚାପଜନିତ ବର୍ଷା ପାଇଁ ୨ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button