Breaking PLUSଓଡ଼ିଶାମୁଖ୍ୟ ଖବର

ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର, 4 ନଭେମ୍ବର- ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରାଯାଇଥିବା ଅଭିଯୋଗ ଆସିବା ପରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଏହାକୁ ସ୍ଥଗିତ ରଖିଛି । ଏହାସହ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ୩୦ ଦିନରେ ତଦନ୍ତ ସାରିବାକୁୁ ନିର୍ଦେଶ ଦେଇଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ ।

ଅପରପକ୍ଷରେ ନିର୍ବାଚନକୁ ସ୍ଥଗିତ ରଖିବା ନିଷ୍ପତିକୁ ନିନ୍ଦା କରିଛି ଷ୍ଟେଟ୍ ବାର୍ କାଉନସିଲ୍ । ଖୁବ ଶୀଘ୍ର ଏହା ବିରୋଧରେ ଆଇନର ଆଶ୍ରୟ ନିଆଯିବ ଏବଂ ବିସିଆଇ ଚେୟାରମ୍ୟାନଙ୍କ ନାଁରେ ମାନହାନୀ ମାମଲା କରାଯିବ ବୋଲି ଷ୍ଟେଟ୍ ବାର୍ କାଉନସିଲ୍ କହିଛି ।

Show More

Related Articles

Back to top button