Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ଉତ୍ସାହ” ଉଦଘାଟିତ

ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ଉତ୍ସାହ” (କ୍ରୀଡା ପ୍ରତିଯୋଗିତା)ର କଳିଙ୍ଗ ଷ୍ଟାଡିୟମ ଠାରେ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହାସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂହଦେଓ , କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ମଧ୍ୟ ଉପସ୍ଥିତ ରହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ଯରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି। କ୍ରୀଡ଼ା ପାଇଁ ସରକାରୀ ସ୍ତରରେ ପ୍ରଶିକ୍ଷଣ ଏବଂ ପ୍ରୋତ୍ସାହନର ସୁବିଧା ଯୋଗାଇଦେଇ ଆମ ରାଜ୍ଯରେ ଥିବା ପ୍ରତିଭାକୁ ନୂତନ ସୁଯୋଗ ଦେବାପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି। ବିଦ୍ୟାଳୟ ସ୍ତରରୁ କ୍ରୀଡ଼ା ଭିତ୍ତିଭୂମି ବିକାଶ, ପ୍ରଶିକ୍ଷକ, ଅର୍ଥ ପ୍ରାବଧାନ ଇତ୍ୟାଦି ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମ ପିଲାମାନେ କିଭଳି ଭାବରେ ସେମାନଙ୍କର ଅନ୍ତଃର୍ନିହିତ ପ୍ରତିଭା ଦ୍ଵାରା ଆଗକୁ ଯାଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବେ ସେଥିପାଇଁ ନିରନ୍ତର ଭାବରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।

Show More

Related Articles

Back to top button