Breaking PLUSଦୁର୍ଘଟଣା

୧୦ ଚକିଆ ଟ୍ରକ୍ ଧକ୍କାରେ ଛାତ୍ର ମୃତ

୧୦ ଚକିଆ ଟ୍ରକ୍ ଧକ୍କାରେ ଛାତ୍ର ମୃତ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବ୍ରହ୍ମଗିରି ବଜାରରେ । ମୃତ ଛାତ୍ର ଜଣଙ୍କ ହେଲେ ଗଜପତି ଜିଲ୍ଲା ଅବାସିଂ ଗାଁର ଅଜୁ ଭୂୟାଁ। ଅଜୁ ତାଙ୍କ ମାମୁଁଙ୍କ ସହ ଗଜପତିରୁ ପୁରୀ ଏସଏସସି କଲେଜ ଯାଉଥିବା ବେଳେ ବ୍ରହ୍ମଗିରି ବଜାରରେ ତାଙ୍କ ଉପରେ ଏକ ଦଶ ଚକିଆ ଟ୍ରକ୍ ଚଢିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଅଜୁ ଭୂୟାଁଙ୍କୁ ମୃତ୍ୟୁ ହୋଇଥିଲା।

Show More

Related Articles

Back to top button