
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଟ୍ୟୁସନ୍ ସାର୍ ଅଟକ । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଟ୍ୟୁସନ୍ ସାର୍ଙ୍କୁ ଅଟକ ରଖିଛି ଧଉଳି ଥାନା ପୁଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ସରଦେଇପୁର ଅଞ୍ଚଳରେ ।
ସୂଚନା ଅନୁସାରେ, ବାଲିପାଟଣା ଥାନା ଅଧୀନ ବଦଳା ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଘରେ ଟ୍ୟୁସନ୍ କରୁଥିଲେ। ଗତ କାଲି ସେ ଛାତ୍ରୀଙ୍କ ଘରକୁ ଯାଇ ପାଠ ପଢ଼ାଇବା ବେଳେ ଅସଦାଚରଣ କରିଥିଲେ । ଟ୍ୟୁସନ୍ ସରିବା ପରେ ଛାତ୍ରୀଜଣଙ୍କ ଏ ସଂପର୍କରେ ତାଙ୍କ ମା’ଙ୍କୁ ଜଣାଇଥିଲେ। କିନ୍ତୁ ମା’ ଏସଂପର୍କରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ମାମଲା ରୁଜୁ ହୋଇ ନଥିଲା । ଝିଅର ମା’ ଏ ସଂପର୍କରେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଶିକ୍ଷକଙ୍କ ଭଡ଼ା ଘରେ ଚଢ଼ଉ କରି ତାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଖବରରୁ ଜଣାପଡିଛି ଯେ , ସାର୍ ଜଣଙ୍କ ବିବାହତ ଥିଲେ ।