Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରଶିକ୍ଷା
ମେ’ ୨୦ ଯାଏଁ ୟୁଜିସି ନେଟ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଦୁଇଟି ସିପ୍ଟରେ ପରୀକ୍ଷା ହେବ

ଭୁବନେଶ୍ୱର: ଏନଟିଏ ପକ୍ଷରୁ ୟୁଜିସି ଜାତୀୟ ଯୋଗ୍ୟତା (ନେଟ୍) ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦ ତାରିଖ ଆବେଦନର ଶେଷ ଦିନ ରହିଛି। ଛାତ୍ରଛାତ୍ରୀ ମେ’ ୨୦ ଯାଏଁ ଆବେଦନ କରିପାରିବେ । ଏବଂ ୨୧ ତାରିଖରେ ତ୍ରୁଟି ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ମୋଟ୍ ୮୨ଟି ବିଷୟରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ଟର୍ମର ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେବ। ଦୁଇଟି ସିପ୍ଟରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ଯାଏଁ ।