Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା
ଏପ୍ରିଲ ୨ରୁ ସକାଳୁ ସ୍କୁଲ ଯିବେ ଛାତ୍ରଛତ୍ରୀ
୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ହେବା ସହ ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସ କରିବେ ।

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଯିବାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଗ୍ରୀଷ୍ମ ପ୍ରବାହ ବଢ଼ିବାକୁ ଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀମାନେ ସକାଳେ ସ୍କୁଲ ଯିବେ । ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ହେବା ସହ ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସ କରିବେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ।