Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଉପଜିଲାପାଳ

ଭିଜିଲାନ୍ସ ଜାଲରେ ଉପଜିଲାପାଳ। ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠଳୁ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ ସୋମବାର ଭୋରୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଛନ୍ତି। ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Show More

Related Articles

Back to top button