Breaking PLUSଓଡ଼ିଶାମୁଖ୍ୟ ଖବର

9ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର- ୯ ତାରିଖ ( ବୁଧବାର) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ଗୋପବନ୍ଧୁଙ୍କ ଜନ୍ମ ଦିବସରେ ବାରିପଦାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ପଠାଯିବ। ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା। ସେପଟେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସୁଭଦ୍ରା ପାଇଁ ୧.୨ କୋଟି ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ଏମପିସିଆଇ କ୍ଲିୟରାନ୍ସ ସମ୍ପର୍କିତ ସମସ୍ୟା ଥିଲେ ପୁଣିଥରେ କମିଟି ବସିବା ସହ ଯେଉଁ ସମସ୍ୟା ରହିଛି, ତାହାର କିଭଳି ସମାଧାନ କରାଯିବ, ତାହା ଉପରେ ଆଲୋଚନା ହେବ। ଡିସେମ୍ବର ମାସ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ଟଙ୍କା  ପ୍ରଦାନ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button