ଦେଶସ୍ୱତନ୍ତ୍ର

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଆଜି ସକାଳ ସାଢ଼େ ୯ଟାରେ ଅଗ୍ନି ପ୍ରାଇମି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।  ତେବେ ଆଜି ଏହି ପରୀକ୍ଷଣ ସମୟରେ ଡିଆରଡିଓର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଶୁକ୍ରବାର ସକାଳ ୯.୪୫ ମିନିଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ ଏହି ମିସାଇଲର ପରୀକ୍ଷାମୂଳକ ଭାବରେ ଉତକ୍ଷେପଣ କରାଯାଇଛି ।  ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦି କ୍ଷମତା ହେଉଛି ୧ ହଜାରରୁ ୨ ହଜାରକିମି । ଏହି ମିସାଇଲ ଉତକ୍ଷେପଣ ବେଳେ ଏହାର ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲା ପ୍ରତିରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ । ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲାଷ୍ଟିକ୍‌ ମିସାଇଲ ପରୀକ୍ଷଣ ବେଳେ ଏହାର ଦୀର୍ଘତମ ଦୂରତା ଅତିକମ୍ର ଦକ୍ଷତାକୁ ପ୍ରତିପାଦନ କରିଛି । ତୃତୀୟ ଥର ପାଇଁ ଏହି ମିସାଇଲର ସଫଳ ପରୀକ୍ଷଣ ହୋଇଛି

Show More

Related Articles

Back to top button