Breaking PLUSଦେଶ ବିଦେଶମୁଖ୍ୟ ଖବର

ହଠାତ୍ ବଦଳିଗଲା ଆକାଶର ରଙ୍ଗ

ବେଜିଂ: ହଠାତ୍‌ ଦେଖୁଦେଖୁ ବଦଳିଗଲା ଆକାଶର ରଙ୍ଗ। ଦେଖୁଦେଖୁ ନୀଳରୁ ପାଲଟିଗଲା ନାଲି। ରକ୍ତ ନାଲିରେ ପରିଣତ ହୋଇଗଲା ପୂରା ଆକାଶ। ଯିଏ ଦେଖିଲା ସିଏ ଚକିତ ହୋଇପଡିଲା। ଚୀନ୍‌ର ଏକ ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଅଦ୍ଭୁତ ଦୃଶ୍ୟ। ଯାହା ସୋଶିଆଲ ମିଡିଆରେ ଭାଇରାଲ ହବାରେ ଲାଗିଛି। ଚୀନ୍‌ର ଝୋଉଶାନ ସହର। ସୋମବାର ହଠାତ ଏଠାକାର ଆକାଶ ନୀଳରୁ ନାଲିରେ ପରିତଣ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖି ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଲୋକେ ସୋଶିଆଲ ମିଡିଆରେ ଏହାର ଭିଡିଓକୁ ସେୟାର କରିବାକୁ ଲାଗିଥିଲେ। ଅନେକ ଲୋକ ଏହାକୁ ଅଶୁଭ ମଧ୍ୟ କହିଲେ। ଆଉ କିଛି ଲୋକେ ଚୀନ୍‌ର କରୋନା ମୁକାବିଲାକୁ ନେଇ ମଧ୍ୟ ଏହାକୁ ଯୋଡି ଦେଲେ।  ସୋଶିଆଲ ମିଡିଆ ୟୁଜର୍ସ କହିଲେ, ଆଗକୁ କୌଣସି ଏକ ବଡ ଅଘଟଣ ଘଟିବାକୁ ଯାଉଛି। ଟ୍ୱିଟର୍‌ରେ ମଧ୍ୟ ଅନେକ ଲୋକେ ଏହି ଲାଲ ରଙ୍ଗ ଆକାଶର ଭିଡିଓ ସେୟାର କରି ଏହାର କାରଣ କ’ଣ ବୋଲି ପ୍ରଶ୍ନ ପଚାରିଥିଲେ। ତେବେ ଏସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ସେଠାକାର ସ୍ଥାନୀୟ ବାସିନ୍ଦା। ଲାଇଟ୍‌ ରିଫ୍ଲେକ୍‌ସନ ଯୋଗୁଁ ଏଭଳି ଆକାଶ ଲାଲ ପାଲଟିଯାଇଥିବା ସେମାନେ କହିଥିଲେ। ଝୋଉଶାନ ମେଟ୍ରୋଲୋଜିକାଲ ବ୍ୟୁରୋ ମତ ଦେଇଛନ୍ତି ଯେ, – ଯେତେବେଳେ ପାଗ ଭଲ ଥାଏ, ବାୟୁମଣ୍ଡଳରେ ଥିବା ଅଧିକ ଜଳରୁ ଏରୋସୋଲ ସୃଷ୍ଟି ହୁଏ। ଯାହା ମତ୍ସ୍ୟଜୀବୀଙ୍କ ଡଙ୍ଗାର ଲାଇଟ୍‌ ଆଲୋକକୁ ସ୍କେଟର ଏବଂ ରିଫ୍ରେକ୍ଟ କରେ। ଏହି କାରଣରୁ ଆକାଶ ଲୋକଙ୍କୁ ବେଳେ ବେଳେ ନୀଳରୁ ଲାଲ ଦେଖାଯାଏ। କେବଳ ସେତିକି ନୁହେଁ ଆଗ୍ନେୟ ଉଦ୍‌ଗୀରଣ ଯୋଗୁଁ ବି ବେଳେ ବେଳେ ଆକାଶ ଲାଲ ଦେଖାଯାଇଥାଏ ।

Show More

Related Articles

Back to top button