ସୁକୁମାରେ ଭୋଟ ଗ୍ରହଣ ପୂର୍ବରୁ ମତଦାନ କେନ୍ଦ୍ରର ଯାଞ୍ଚ କଲେ ବୋମା ନିରୋଧୀ ଟିମ ଓ ଡଗସ୍କ୍ବାର୍ଡ

ସୁକୁମା, 7 ନଭେମ୍ବର -ନକ୍ସଲ ପ୍ରବଣ ଛତିଶଗଡର ସୁକୁମା ଜିଲ୍ଲାର କାଣ୍ଟୋ ବିଧାନସଭା ନିର୍ବାଚନମଣ୍ଡଳୀରେ କଡା ସୁରକ୍ଷା ଭିତରେ ଚାଲିଛି ମତଦାନ । କଡା ସୁରକ୍ଷା ବଳୟ ଭିତରେ ପୋଲିଂ ପାର୍ଟିଙ୍କୁ ମତଦାନ କେନ୍ଦ୍ରରେ ପହଞ୍ଚାଯାଇଥିଲା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୋଲିଂ ପାର୍ଟି ସୁରକ୍ଷାକର୍ମୀଙ୍କ ସହ ପ୍ରାୟ 15 କିଲୋମିଟର ଚାଲିଚାଲି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଏହି ସମୟରେ ସୁରକ୍ଷାବଳ ପକ୍ଷରୁ ନକ୍ସଲମାନେ ଲଗାଇଥିବା ଆଇଇଡି ବୋମା ଓ ସ୍ପାଇ ହୋଲର ଯାଞ୍ଚ କରାଯାଇଥିଲା । ମତଦାନ କେନ୍ଦ୍ରରେ ମଧ୍ୟ ସୁରକ୍ଷାବଳର ଯବାନ ମୋର୍ଚ୍ଚା ସମ୍ଭାଳିଥିଲେ । ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଚାରିପଟୁ ଦୃଷ୍ଟି ରଖାଯାଇଛି । ଏହି ନିର୍ବାଚନମଣ୍ଡଳୀ ସୁକୁମା ଜିଲ୍ଲା ମୁଖ୍ୟାଳୟଠାରୁ 35କିଲୋମିଟର ଦୂରରେ ଏବଂ କେରଲାପାଲ 30 ନମ୍ବର ଜାତୀୟ ରାଜପଥରୁ 15 କିଲୋମିଟର ଦୂରରେ ଅବସ୍ଥିତ । 2013 ଓ 2018ରେ ଏଠାରେ ନିର୍ବାଚନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚଳିତବର୍ଷ ଗାଁରେ ମତଦାନ କେନ୍ଦ୍ର ଖୋଲିଛି ।