Breaking PLUSଓଡ଼ିଶାମୁଖ୍ୟ ଖବର

ଘରୁ ଟାଣିନେଇ ଦଳିଦେଲା ଦନ୍ତା

ସୁନ୍ଦରଗଡ- ସୁନ୍ଦରଗଡ ଜିଲ୍ଲା ବଣାଇ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ହାତୀ ଦୁଇ ଜଣଙ୍କୁ ଟାଣି ଆଣି ଦଳି ଦେଇଛି। ଶନିବାର ଉଭୟ  ପରିବାର ଲୋକଙ୍କ ସହ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଥିଲା। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୧୨ ବର୍ଷର ହୋଇଥିବାବେଳେ ଅନ୍ୟ ଜଣେ ୩ ବର୍ଷର ଶିଶୁ ହୋଇଥିବା ଜଣାପଡିଛି। ପରେ ପରିବାର ଲୋକ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।

Show More

Related Articles

Back to top button