Breaking PLUSଦେଶମୁଖ୍ୟ ଖବର

ଫୁଟବଲରୁ ସନ୍ନ୍ୟାସ ନେବେ ସୁନୀଲ ଛେତ୍ରି

ନୂଆଦିଲ୍ଲୀ:ଫୁଟବଲରୁ ସନ୍ନ୍ୟାସ ନେବେ ସୁନୀଲ ଛେତ୍ରି । ଭାରତର ଫୁଟବଲ ଆଇକନ୍‌ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍‌ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ଏହା ତାଙ୍କର ଶେଷ ମ୍ୟାଚ ହେବ।
୪୦ ବର୍ଷୀୟ ଏହି ଖେଳାଳି ୨୦୦୫ ଜୁନ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହା ସହିତ ଭାରତ ପାଇଁ ସେ ତାଙ୍କର ପ୍ରଥମ ଗୋଲ୍‌ ଏହି ମ୍ୟାଚରେ ସ୍କୋର କରିଥିଲେ।

Show More

Related Articles

Back to top button